Atibadi jagannath das biography in oriya songs
Atibadi jagannath das biography in oriya songs
Biography of Atibadi Jagannath Dash - Social Village...
ଜଗନ୍ନାଥ ଦାସ
ଏହି ପ୍ରସଙ୍ଗଟି ଓଡ଼ିଆ କବି, ସାହିତ୍ୟିକ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥ ଦାସ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ଅତିବଡ଼ି ଜଗନ୍ନାଥ ଦାସ | |
---|---|
ପୁରୀର ବଡ଼ ଓଡ଼ିଆ ମଠକୁ ଜଗନ୍ନାଥ ଦାସ ନିଜେ ପ୍ରତିଷ୍ଠା କରିଥିଲେ । ସେଠାରେ ପୂଜିତ ବିଗ୍ରହ ଅତିବଡ଼ିଙ୍କ ଅଳ୍ପସଂଖ୍ୟକ ପୁରାତନ ପ୍ରତିକୃତିଙ୍କ ମଧ୍ୟରୁ ପ୍ରମୁଖ । | |
ଜନ୍ମ | ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ), ୧୪୯୦ କପିଳେଶ୍ୱର, ପୁରୀ, ଓଡ଼ିଶା |
ମୃତ୍ୟୁ | ୧୫୫୦ |
ଅନ୍ୟ ନାମ | ଅତିବଡ଼ି ଜଗନ୍ନାଥ ଦାସ |
ବୃତ୍ତି | କବି |
ଉଲ୍ଲେଖନୀୟ କୃତି | ଓଡ଼ିଆ ଭାଗବତ[୧] |
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)[୨] ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟରପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।[୩]